LATEST NEWS

ଅଯଥା ଜଳ ନଷ୍ଟକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

By SURYA NARAYAN MOHAPATRA • 2026-05-19 11:32 • 3 views   Share WhatsApp Share Facebook Share X
ଅଯଥା ଜଳ ନଷ୍ଟକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ସୁନ୍ଦରଗଡ଼: ସହରର ଥାନାପଡା ୱାର୍ଡ ନଂ–୫ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରର ଓଭରଫ୍ଲୋ ପାଣି ଦୀର୍ଘଦିନ ଧରି ରାସ୍ତା ଉପରେ ବହିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ପ୍ରତିଦିନ ବହୁ ପରିମାଣର ପାଣି ଅପଚୟ ହେଉଥିବା ସହ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହେଉଛି।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ବନ୍ଧରେ ଘରମାଲିକଙ୍କୁ ଅନେକଥର ସୂଚିତ କରାଯାଇଥିଲେ ମଧ୍ୟ ସ୍ଥିତିର ସୁଧାର ହୋଇନାହିଁ। ସେମାନେ ଜଳ ବଣ୍ଟନ ବିଭାଗଙ୍କ ଦୃଷ୍ଟିଆକର୍ଷଣ ମଧ୍ୟ କରିଥିବା କଥା କହିଛନ୍ତି।

ସ୍ଥାନୀୟ ଲୋକଙ୍କ ମତାନୁସାରେ, ରାସ୍ତା ଉପରେ ନିରନ୍ତର ପାଣି ବହିବା ଫଳରେ ରାସ୍ତାର କିଛି ଅଂଶ ଭାଙ୍ଗିଯାଇଛି ଏବଂ ଛୋଟ-ବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ମଧ୍ୟ ରହିଛି। ଏହି ରାସ୍ତା ସହରର ଏକ ବ୍ୟସ୍ତ ଅଞ୍ଚଳ ହେବାରୁ ଦୈନିକ ଭାବେ ଅନେକ ଯାନବାହନ ଏଠାରେ ଚଳାଚଳ କରୁଛି।

ସ୍ଥାନୀୟମାନେ ଶୀଘ୍ର ସମସ୍ୟାର ସମାଧାନ କରିବା ସହ ଜଳ ଅପଚୟ ରୋକିବାକୁ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।