LATEST NEWS

ଲେଖକ ଶିବାଶୀଷ ପାଢ଼ୀଙ୍କ ପୁସ୍ତକ ‘ବଦଳୁଥିବା ମଣିଷ’ ଉନ୍ମୋଚିତ

By SURYA NARAYAN MOHAPATRA • 2026-06-15 13:31 • 3 views   Share WhatsApp Share Facebook Share X
ଲେଖକ ଶିବାଶୀଷ ପାଢ଼ୀଙ୍କ ପୁସ୍ତକ ‘ବଦଳୁଥିବା ମଣିଷ’ ଉନ୍ମୋଚିତ

ପବିତ୍ର ପହିଲି ରଜ ଅବସରରେ ସ୍ଥାନୀୟ ବିରମିତ୍ର କ୍ଲବ ପରିସରରେ ସନ୍ଧ୍ୟା ୭ଟାରେ ଗଳ୍ପ ଲେଖକ ଶ୍ରୀ ଶିବାଶୀଷ ପାଢ଼ୀଙ୍କ ଷଷ୍ଠ ଗଳ୍ପ ସଙ୍କଳନ **‘ବଦଳୁଥିବା ମଣିଷ’**ର ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବ୍ୟଙ୍ଗକାର ଓ ଗୀତିକବି ଶ୍ରୀ ଦୁର୍ଗା ମାଧବ ପଣ୍ଡା ସଭାପତିତ୍ୱ କରିଥିଲେ। ପ୍ରସିଦ୍ଧ ଗାଳ୍ପିକା ଶ୍ରୀମତୀ ମିନତୀ ମିଶ୍ର, ଲେଖକ ଶ୍ରୀ ଗଣେଶ ତ୍ରିପାଠୀ ଏବଂ ଶ୍ରୀ ଫିରୋଜ ପଟେଲ ପୁସ୍ତକର ସମୀକ୍ଷା କରିଥିଲେ।

ଅବସରପ୍ରାପ୍ତ ଅଧ୍ୟକ୍ଷ ଡା. ଚୀରବ୍ରତ ଦତ୍ତ, ଅଧ୍ୟାପକ ନୂତନ ଖମାରୀ ଓ ଝାରସୁଗୁଡାରୁ ଆସିଥିବା ଶ୍ରୀମତୀ ଶତପଥୀ ଅତିଥି ଭାବେ ଉପସ୍ଥିତ ଥିଲେ।

ଶ୍ରୀଗଣେଶଙ୍କ ନିକଟରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଶିବାଶୀଷ ପାଢ଼ୀଙ୍କର ଏହା ପୂର୍ବରୁ ‘ଆଶାର ଆଲୋକ’, ‘ସାରା ଆକାଶ’, ‘ଶୂନ୍ୟ ହସ୍ତ’, ‘ମଝି କାନ୍ଥ’ ଏବଂ ‘ସେଇ ଆର ହସ’ ସହିତ ମୋଟ ପାଞ୍ଚଟି ପୁସ୍ତକ ପ୍ରକାଶିତ ହୋଇସାରିଛି।

ଅତିଥିମାନେ ପୁସ୍ତକର ବିଷୟବସ୍ତୁ ଓ ଲେଖକଙ୍କ ସାହିତ୍ୟିକ ଅବଦାନ ଉପରେ ଆଲୋଚନା କରିଥିଲେ। ଶେଷରେ ଶ୍ରୀ ଶିବାଶୀଷ ପାଢ଼ୀ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରେ ଉପସ୍ଥିତ ଅତିଥି ଓ ସାହିତ୍ୟପ୍ରେମୀମାନେ ନୈଶ ଭୋଜନରେ ଯୋଗ ଦେଇଥିଲେ।