LATEST NEWS

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସଦସ୍ୟଙ୍କ ଭୁବନେଶ୍ୱର ଯାତ୍ରା

By SURYA NARAYAN MOHAPATRA • 2026-06-21 11:51 • 3 views   Share WhatsApp Share Facebook Share X
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସଦସ୍ୟଙ୍କ ଭୁବନେଶ୍ୱର ଯାତ୍ରା

ସୁନ୍ଦରଗଡ଼, ଜୁନ 20: ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ସୁନ୍ଦରଗଡ଼ ଶାଖାର ସଦସ୍ୟମାନେ ଭୁବନେଶ୍ୱରରେ ନବନିର୍ମିତ ପ୍ରାନ୍ତ କାର୍ଯ୍ୟାଳୟର ଉଦ୍ଘାଟନ ଉତ୍ସବରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି।

ଏହି ଅବସରରେ ଗତ ୧୮ ତାରିଖରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କିଛି ସଦସ୍ୟଙ୍କୁ ଚୟନ କରାଯାଇଥିଲା।

ପରବର୍ତ୍ତୀ ସମୟରେ ସଂଗଠନର କିଛି ପ୍ରତିନିଧି ସ୍ଥାନୀୟ ବିଧାୟକ ଶ୍ରୀ ଯୋଗେଶ ପ୍ରସାଦ ସିଂଙ୍କୁ ସାକ୍ଷାତ କରିଥିଲେ। ବିଧାୟକ ଯାତ୍ରାର ସୁବ୍ୟବସ୍ଥା କରିବା ପାଇଁ ସହଯୋଗର ଆଶ୍ୱାସନ ଦେଇଥିଲେ।

ଆଜି ସନ୍ଧ୍ୟାରେ ସମସ୍ତ ଯାତ୍ରୀ ସ୍ଥାନୀୟ ଅବସର ଭବନରେ ଏକତ୍ରିତ ହୋଇଥିଲେ। ଯାତ୍ରା ପାଇଁ ଏକ ବସର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ସଦସ୍ୟ ଏକ ବ୍ୟାନର ସହିତ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବାବେଳେ ବିଧାୟକ ଶ୍ରୀ ସିଂ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଭୁବନେଶ୍ୱରରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଯୋଗଦେବା ପରେ ସଦସ୍ୟମାନେ ପୁଣି ସୁନ୍ଦରଗଡ଼ ଫେରିବାର କାର୍ଯ୍ୟକ୍ରମ ରଖିଛନ୍ତି।